କିଲିମାଂଜୋରୋ ଶୃଙ୍ଗ ଆରୋହଣ କରି ରେକର୍ଡ଼ କଲେ ଓଡ଼ିଆ ଦମ୍ପତି ସୗଭାଗ୍ୟ ଓ ସାଗରିକା

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ଦମ୍ପତି ସାଗରିକା ଓ ସୌଭାଗ୍ୟ ତାଞ୍ଜାନିଆର ବିଖ୍ୟାତ କିଲିମାଂଜୋରୋ ଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି । ସ୍ଥାନୀୟ ସମୟ ସକାଳ ୭ଟା ତଥା ଭାରତୀୟ ସମୟ ସକାଳ ୯.୩୦ରେ ସେମାନେ ଶୃଙ୍ଗ ଚଢ଼ିବା ଆରମ୍ଭ କରିଥିଲେ । ରୋଙ୍ଗାଇ ଗେଟ୍ ବାଟ ଦେଇ ସେମାନେ ଗିଲମାନ ପଏଣ୍ଟରେ ପହଞ୍ଚିଥିଲେ । ସୌଭାଗ୍ୟ ଓ ସାଗରିକା ୫୬୮୧ ମିଟର ଆରୋହଣ କରି କିବୋ ହଟରେ ଥିବା ବେସକ୍ୟାମ୍ପରେ ପହଞ୍ଚିଥିଲେ । ଯେଉଁଠାରେ ତାପମାତ୍ରା ଥିଲା ମାଇନସ୍ ୧୫ । ଚାରିଆଡ଼େ କେବଳ ବରଫ ଆଉ ବରଫ । ତୁଷାରପାତ ମଧ୍ୟ ଲାଗି ରହିଥିଲା ।
ଏସବୁ ବାଧାବିଘ୍ନକୁ ଏଡ଼ାଇ ଏହି ଓଡ଼ିଆ ଦମ୍ପତି ସେଠାରେ ତ୍ରିରଙ୍ଗା ଉଡ଼ାଇବା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉଭୟ ପାରମ୍ପରିକ ଓଡ଼ିଆ ପୋଷାକ ପିନ୍ଧିଥିଲେ । ଏହି ସଫଳତା ହାସଲ କରି ଏକ ନୂଆ ରେକର୍ଡ଼ ସ୍ଥାପନ କରିଛନ୍ତି ଦୁହେଁ । ସେମାନେ ପ୍ରଥମ ଓଡ଼ିଆ ଦମ୍ପତି ଭାବେ କିଲିମାଂଜୋରୋ ଶୃଙ୍ଗ ଆରୋହଣ କରିଛନ୍ତି ।
ଆଇରନ୍ ମ୍ୟାନ୍ ଭାବେ ପରିଚିତ ସୌଭାଗ୍ୟ ରଥ ରଥ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଟ୍ରାନ୍ସମିଶନ ଏକଜିକ୍ୟୁଟିଭ ଭାବେ କାର୍ଯ୍ୟରତ ।ସାଗରିକା ପେସାରେ ଜଣେ ଭେଟେନାରୀ ଡାକ୍ତର । ସେ ପ୍ରଥମ ସରକାରୀ ମହିଳା କର୍ମଚାରୀ ଭାବେ ଏହି ଶୃଙ୍ଗ ଚଢ଼ି ଅନନ୍ୟ ସଫଳତା ହାସଲ କରିଛନ୍ତି ।