ପୈତୃକ ଗାଁକୁ ଗଲା ସହିଦଙ୍କ ମର ଶରୀର, ଭୁବନେଶ୍ୱର ବିମାନ ବନ୍ଦରରେ ଦିଆଗଲା ଗାର୍ଡ଼ ଅଫ୍‌ ଅନର

ଭୁବନେଶ୍ବର (କେନ୍ଯୁଜ୍) : ଛତିଶଗଡ଼ ବିଜାପୁର ମାଓ ହମଲାରେ ସହିଦ ହୋଇଥିବା ଯବାନ ବି.ଏମ୍‌ ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପୈତୃକ ଗାଁ କେନ୍ଦୁଝର ଆନନ୍ଦପୁରକୁ ପଠାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

honor

ବିମାନ ବନ୍ଦରରେ ଉପସ୍ଥିତ ଥିବା ସିଆରପିଏଫ ଆଇଜି ବିତୁଲ କୁମାର, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ଏୟାର ପୋର୍ଟ । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମରଶରୀର ତାଙ୍କ ଜନ୍ମସ୍ଥାନ ଆନନ୍ଦପୁରକୁ ପଠାଯାଇଛି । ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବା ।