ରାଜ୍ୟ

ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ

ପୁରୀ (କେନ୍ୟୁଜ୍‌) : ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ । ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଦିନ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାଂସ୍କୃତିକ ମହା ପର୍ବ ସାହିଯାତ। ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ତାଳେ ତାଳେ ଜାଗା ଆଖଡାର ଯୁଆନମାନେ ବାଦୀ ସାହିରେ ସମରକଳା ପ୍ରଦର୍ଶନ ନେଇ ଆଖଡା ମାନଙ୍କରେ ପ୍ରସ୍ତୁତି ଦେଖିବାକୁ ମିଳିଛି । ବିଭିନ୍ନ ସାହିର ଭେଣ୍ଡିଆ ମାନେ ଏବେ ନିଜର ଉତ୍କୃଷ୍ଟ ବିରତ୍ୱ କଳା ପଦର୍ଶନ ଲାଗି କଠିନ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରୁଛନ୍ତି ।

ପବିତ୍ର ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପର ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ସହ ଜଡିତ ଶ୍ରୀକ୍ଷେତ୍ରର ଆଠସାହିରେ ପାରମ୍ପାରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ । ଚଳିତ ବର୍ଷ ସାହି ଯାତ ଆସନ୍ତା ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ମେ ୧ ତାରିଖ ରାମାଭିଷେକ ଦିନ ଶେଷ ହେବ । ଶ୍ରୀକ୍ଷେତ୍ର ର ପ୍ରାଚୀନ ଆଠ ସାହିର ବାସିନ୍ଦା ୬୦ ଜାଗା ଘର ସୌଜନ୍ୟ ରୁ ୮ ଆଖଡା ନେତୃତ୍ୱରେ ଅନୁଷ୍ଠିତ ହେବ ଏହି ନିଆରା ସାହି ଯାତ। ଆଠସାହିର ଜାଗା ଆଖେଡା ମାନଙ୍କରୁ ପୈାରାଣିକ ରାମାୟଣର ଚରିତ୍ର ରାମ ଲକ୍ଷ୍ମଣ , ସୀତା , ରାବଣ, ନାକ କାନ, ପର୍ଶୁରାମ,ହନୁମାନ, ସପ୍ତଶିରା ଓ ନାଗା ମେଡ଼ ଆଦି ବାହାରି ସାହି ପରିକ୍ରମା କରିଥାନ୍ତି । ଏଥିରେ ପ୍ରତି ସାହିର ମୁରବି ଏବଂ ବାସିନ୍ଦାମାନେ ପଟୁଆରରେ ଯୋଗଦାନ କରି କଳା କୌଶଳ ପଦର୍ଶନ କରିବା ସହ ପାରମ୍ପରିକ ନୀତିକୁ ଜଗନ୍ନାଥବଲ୍ଲଭ ନିକଟରେ ସମ୍ପାଦନ କରିଥାନ୍ତି ।

ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ଏହି ସାହିଯାତ ସୃଷ୍ଟି କରିଥାଏ ଭାଇଚାରା । ତେବେ ସାହି ଯାତ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୂପେ ଆଠ ସାହି ଆଖଡାର ମୁରବୀ ମାନଙ୍କ ସହ ଆଲୋଚନା କରାଯାଇଛି।ଚଳିତ ବର୍ଷ ରାମନବମୀ ଦିନ ଠାରୁ ପାରମ୍ପାରିକ ସମରକଳା ନୃତ୍ୟ ସାହି ଯାତ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଆଠ ସାହି ଆଖଡା ପକ୍ଷରୁ ପ୍ରସ୍ତ୍‌ୁୂତି ଆଗେଇ ଚାଲିଛି । ଯାଗା ଆଖଡାର ମୁରବୀ ଏବଂ ଗୁରୁ ମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଠ ସାହି ଆଖଡାରେ ଯୁବକ ମାନେ ସେମାନଙ୍କ ପ୍ରଶିକ୍ଷଣ ନେଉଥିବା ବେଳେ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ଜଣାପଡିଛି।ପ୍ରାୟ ୩ ରୁ ୪ ମାସ ପୂର୍ବରୁ ଯୁବକ ମାନେ ପରିଶ୍ରମ ଆରମ୍ଭ କରିବା ସହ ସ୍ୱତନ୍ତ୍ର ବାଦ୍ୟ ତାଳେ ତାଳେ ନୃତ୍ୟ ପରିବେଷଣର ଅଭ୍ୟାସ କରିଥାନ୍ତି ।
ସାହିଯାତକୁ ନେଇ ବିଭିନ୍ନ ସାହିମାନଙ୍କ ରେ ଏବେଠୁ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବୀରବାଦ୍ୟ ରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବିଭିନ୍ନ ଆଖଡା ।

Pritiparna

Recent Posts

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

6 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

11 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

36 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

42 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

43 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

49 mins ago