ଓଡିଶାରେ ପ୍ରଥମ: ବନ କର୍ମଚାରୀ ମାନଙ୍କୁ ମିଳିଲା ସମ୍ମାନ, ଭିତରକନିକାରେ ସ୍ଥାପିତ ହେଲା ସହୀଦ ସ୍ମୃତି ସ୍ତମ୍ଭ

ରାଜନଗର(କେନ୍ୟୁଜ୍):ଭିତରକନିକା ଓ ଗହିରମଥାର ସୁରକ୍ଷା ପାଇଁ ସଂଘର୍ଷ କରି ଜୀବନ ଦେଇଥିବା ବନ କର୍ମଚାରୀ ମାନଙ୍କୁ ମିଳିଲା ସମ୍ମାନ । ଭିତରକନିକାରେ ସ୍ଥାପିତ ହେଲା ସହୀଦ ସ୍ମୃତି ସ୍ତମ୍ଭ । ଯାହା ଓଡିଶାରେ ପ୍ରଥମ। ସେଥିପାଇଁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା, ଉତ୍ସାହିତ ବନ କର୍ମଚାରୀ ।

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ସାମୁଦ୍ରିକ ଅଭୟାରଣ୍ଯ ଗହିରମଥା ବିରଳ ଜୀବ ଜନ୍ତୁ, ପ୍ରାକୃତିକ ସୌନ୍ଦର୍ଯ୍ଯ, ବିଭବ ଓ ବୃହତ ହେନ୍ତାଳ ଜଙ୍ଗଲ ସମଗ୍ର ବିଶ୍ୱ ର ଦୃଷ୍ଟି ଆକର୍ଷଣ କରେ। କିନ୍ତୁ ଏହା ଉପରେ ବିଭିନ୍ନ ସମୟରେ ମାଫିଆ ମାନଙ୍କର ଲୋଲୁପ ଦୃଷ୍ଟି ରହିଥାଏ। ଭିତରକନିକା ବାରହା, ହରିଣ ଉପରେ ଶିକାରୀ ମାନଙ୍କ ର ଓ ଗହିରମଥା ସମୁଦ୍ର ଉପକୂଳ କୁ ଅଲିଭି ରିଡିଲେ କଇଁଛ ଆସୁଥିବାରୁ ଅବାଧରେ ମାଛ ମାରିବା ପାଇଁ ଟ୍ରଲର ବା ମାଛ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ଥାଏ। ଏହି ମାଫିଆ ମାନଙ୍କ କବଳରୁ ଭିତରକନିକା ଓ ଗହିରମଥାକୁ ସୁରକ୍ଷା ଦେବା ପାଇଁବିଭିନ୍ନ ସମୟରେ ବନ କର୍ମଚାରୀ ମାନେ ମାଫିଆ ମାନଙ୍କ ସହିତ ସଂଘର୍ଷ କରି ନିଜ ଜୀବନ ହାରୀ ସହୀଦ ହୋଇଥାନ୍ତି। ସେହି ବୀର ବନ ସହୀଦ ମାନଙ୍କୁ ସନମାନ ଓ ତାଙ୍କ ବିରୋତ୍ୱ ସମ୍ପର୍କ ରେ ଜଣାଇବା ପାଁଇ ରାଜନଗର ବନ ବିଭାଗ ପକ୍ଷରୁ ଭିତରକନିକା ପରିସରରେ ଏକ ବନ ସହୀଦ ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା କରାଯାଇଛି।

ଭିତରକନିକା ଓ ଗହିରମଥା ଇତିହାସରେ ଆଜି ପର୍ଯ୍ଯନ୍ତ ୫ଜଣ ବନ କର୍ମଚାରୀ ସହୀଦ ହୋଇଛନ୍ତି। ସେମାନ ଙ୍କ ମଧ୍ୟରୁ ଏସ କେ ମହମ୍ମଦ, ସେକ ଗାଫିଲ ଓ ଦିଜବର ସ୍‌ୱାଇଁ କାଠ ମାଫିଆ ଙ୍କ ଆକ୍ରମଣ ମଧୁସୂଦନ ବେହେରା କୁମ୍ଭୀର ଆକ୍ରମଣ ରେ ଓ ଶ୍ଯାମ ସୁନ୍ଦର ସିଂ ଗହିରମଥା ରେ ଟ୍ରଲର ମାଫିଆଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରି ସହିଦ ହୋଇଥିଲେ। ସେମାନଙ୍କୁ ମନେ ପକାଇ ସହିଦ ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା କରିବା ଏବଂ ଭବିଷ୍ଯତ ପିଢ଼ି କ୍ଷେତ୍ର କର୍ମଚାରୀଙ୍କୁ ଅନୁପ୍ରାଣିତ କରିବା ଉଦେଶ୍ଯରେ ଯେଉଁ କାର୍ଯ୍ଯ କରାଯାଇଛି ତାହା ଖୁବୁ ପ୍ରଶଂସନୀୟ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

ଆଜି ଜାତୀୟ ବନ ସହୀଦ ଦିବସରେ ଭିତରକନିକା ଓ ଗହିରମଥା ସୁରକ୍ଷା ପାଇଁ ପ୍ରଣାବଳୀ ଦେଇଥିବା ବନ କର୍ମଚାରୀ ମାନଙ୍କ କାର୍ଯ୍ଯକୁ ସଲାମ କରୁଛନ୍ତି ସାଥି କର୍ମଚାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.