କାଳିଆ ଆସିଲେ ଶ୍ରୀ କ୍ଷେତ୍ରକୁ ଆସନ୍ତି ସାଧୁ ସନ୍ଥ

ପୁରୀ : କାଳିଆ ଆସିଲେ ଶ୍ରୀ କ୍ଷେତ୍ରକୁ ଆସନ୍ତି ସାଧୁ ସନ୍ଥ । ହୋମ ଯଂଜ୍ଞରେ ଶ୍ରୀ କ୍ଷେତ୍ରର ଗଗନ ପବନରେ ଖେଳିଯାଏ ଅଧାତ୍ମିକ ପରିବେଷ । ମହାପ୍ରଭୁଙ୍କ ରଥଯାତ୍ରା ଯାତ୍ରା ସମୟରେ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଆସନ୍ତି ସାଧୁସନ୍ଥ । ରଥାରୂଢ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିବା ଲାଗି ଶ୍ରୀ କ୍ଷେତ୍ରରେ ଲାଗେ ଭକ୍ତଙ୍କ ଭିଡ଼ । ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁ ସନ୍ଥମାନେ ପୁରୀରେ ରହି ହୋମ ଯଂଜ୍ଞ କରିବା ସହ ବିଶ୍ୱ କଲ୍ୟାଣ ଲାଗି କରନ୍ତି ପ୍ରଜାର୍ଚନା ।
ମହାପ୍ରଭୁଙ୍କୁ ଜନ୍ମ ବେଦୀରେ ଦର୍ଶନ କରିବା ଲାଗି ସାଧାରଣ ଭକ୍ତଙ୍କ ସମେତ ଶ୍ରୀକ୍ଷେତ୍ରରେ ଲାଗେ ସାଧୁସନ୍ଥଙ୍କ ଗହଳି । ନାରାୟଣଙ୍କ ପ୍ରତ୍ୟେକ୍ଷ ଦର୍ଶନ କରିବା ସହ ବିଶ୍ୱ କଲ୍ୟାଣ ଲାଗି କରନ୍ତି ହୋମ ଯଂଜ୍ଞ । ଦେଶ ଏବଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସାଧୁ ସନ୍ଥ ମାନେ ଆସି ୯ ଦିନ ଧରି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରହିବା ସହ ହୋମ ଯଂଜ୍ଞ କରି ଭକ୍ତଙ୍କ କଲ୍ୟାଣ ଲାଗି ଦେଉଛନ୍ତି ଆଶ୍ରିର୍ବାଦ । କୁହାଯାଏ କାହିଁ କେଉଁ କାଳରୁ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ସାଧୁ ସନ୍ଥମାନେ ଶ୍ରୀକ୍ଷେତ୍ରକୁ ଆସି ନବଦିନନାତ୍ମ ଯାତ୍ରାରେ ସାମିଲ ହୁଅନ୍ତି ।
ମହାପ୍ରଭୁଙ୍କ ଘୋଷ ଯାତ୍ରାରେ ସାମିଲ ହୋଇରହିବ ପାଇଁ ଏହି ସାଧୁମାନେ କିପରି ରୁଅନ୍ତି? କଣ ଖାଆନ୍ତି? କିପରି ସାଧନା କରନ୍ତି ? ତେବେ ଏହି ସାଧୁସନ୍ଥମାନେ ମହାପ୍ରଭୁଙ୍କ ରଥଯାତ୍ରା ଦୁଇ ତିନି ଦିନ ପୂର୍ବରୁ ସାଧୁ ସନ୍ଥ ମାନେ ଶ୍ରୀ କ୍ଷେତ୍ରକୁ ଆସନ୍ତି । ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ସହ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଲେ ସାଧୁସନ୍ଥ ମାନେ ସେଠାରେ ରହିଥାନ୍ତି । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁ ସନ୍ଥ ସେଠାରେ ରହି ହବିସାଅର୍ଣ୍ଣ ଗ୍ରହଣ କରିବା ସହ ଭକ୍ତ ମାନେ ଦେଉଥିବା ଦାନରେ ନିଜ ସମସ୍ତ କାର୍ଯ୍ୟ କରିଥାନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ସ୍ୱତନ୍ତ୍ର ଯଂଜ୍ଞ କୁଣ୍ଡ ପ୍ରସ୍ତୁତ କରାଯାଇ ହୋମ ଯଂଜ୍ଞ ଅନୁଷ୍ଠିତ ହେଉଛି । ବିଭିନ୍ନ ସ୍ଥାନରୁ ଆସୁଥିବା ସାଧାରଣ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ସମୟରେ ସାଧୁ ସନ୍ଥ ମାନଙ୍କୁ ଠାରୁ ଆଶ୍ରିର୍ବାଦ ନେଇ ଫେରୁଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଙ୍କ ଦର୍ଶନ ଲାଗି ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ ମାନଙ୍କ ଶ୍ରୀ କ୍ଷେତ୍ରକୁ ସମାଗମ ହୋଇଛି ।