ମୋହନା: ବିପୁଳ ପରିମାଣର ପିଆଶାଳ କାଠ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ନିକଟସ୍ଥ ଜାମଢିଅ -ରୁଆଆମ୍ବ ରାସ୍ତାରେ ଗତକାଲି ସଂନ୍ଧ୍ୟା ୪.୪୫ମିନଟରେ ଏକ ଯାତ୍ରୀ ବାହୀ ଅଟୋରୁ ବିପୁଳ ପରିମାଣର ବହୁମୁଲ୍ୟବାନ ପିଆଶାଳ କାଠ ଜବତ କରିଛି ବନ ବିଭାଗ । ଉକ୍ତ ଅଟୋ ନଂ AP30Y6792 ଟି ଖାରିଗୁମ୍ମା ଅଞ୍ଚଳରୁ ଚନ୍ଦ୍ରଗିରି ଅଭିମୁଖେ କାଠ ପଟା ନେଇ ଆସୁଥିବା ବେଳେ ରାସ୍ତା କଡରେ ବନ ବିଭାଗ ଜବତ କରିଥିଲା । ଗାଡିରେ ୨୧ଟି ଶାଳ କାଠ ପଟା ମିଳିଥିବା ବେଳେ ଦୁଇଜଣ କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖାରିଗୁମା ଗ୍ରାମର ଦୟାନିଧି ପାଇକ, ଟୁକୁନା ପାଇକ ।

ଜବତ କାଠପଟାର ପରିମାଣ ୮.୮୧ଘନଫୁଟ ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୨୦ହଜାରରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୁଚନା ମିଳିଛି । ବେଆଇନ ଭାବେ ଚୋରା କାଠ କାରବାର ଅଭିଯୋଗରେ ଅଟୋ ସହ କାଠପଟାକୁ ଜବତ କରିବା ସହ ଖାରିଗୁମ୍ମାର ଟୁକୁନା ପାଇକ ଏବଂ ଦୟାନିଧି ପାଇକକୁ ଗିରଫ କରାଯାଇଛି । ତେବେ ଏହି ଚୋରା କାରବାରରେ ଅନ୍ୟ କାହାର ସଂମୃକ୍ତି ଅଛି କି ନାହିଁ ତାର ତଦନ୍ତ ଚାଲିଥିବା ଡିଏଫ ଓ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.