କେନ୍ଦ୍ର ସରକାରଙ୍କ ମିଠାର ନୂଆ ନିୟମକୁ ସ୍ୱାଗତ କଲେ ସାଲେପୁର ସହରବାସି

ସାଲେପୁର(କେନ୍ୟୁଜ୍): ମିଠା ଦୋକାନରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀର କ୍ୱାଲିଟିରେ ସୁଧାର ଆଣିବା ପାଇଁ ସରକାର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ଅକ୍ଟୋବର ୧ ତାରିଖ ପରେ ସ୍ଥାନୀୟ ମିଠା ଦୋକାନକୁ ଡବାରେ ରଖାଯାଇଥିବା ମିଠା ପାଇଁ ନିର୍ମାଣ ତାରିଖ ତଥା ଉପଯୋଗର ଉପଯୁକ୍ତ ଅବଧି ଭଳି ବିବରଣୀ ପ୍ରଦର୍ଶିତ କରିବାକୁ ହେବ। ବର୍ତ୍ତମାନ ସମୟରେ ଏହି ବିବରଣୀକୁ ପୂର୍ବରୁ ପ୍ୟାକ ହୋଇଥିବା ମିଠା ବକ୍ସରେ ଉଲ୍ଲେଖ କରିବା ଅନିବାର୍ଯ୍ୟ।
କେନ୍ଦ୍ର ସରକାରଙ୍କ ମିଠାର ନୂଆ ନିୟମକୁ ସ୍ୱାଗତ କରିଛନ୍ତି କଟକ ଜିଲ୍ଲା ସାଲେପୁର ସହରବାସି। ସମଗ୍ର ଭାରତ ବର୍ଷରେ ମିଠା ପାଇଁ ପ୍ରସିଦ୍ଧ ଲାଭ କରିଛି ସାଲେପୁର ସହର। ଏଠାରୁ ମିଠା ରାଜ୍ୟ ଓ ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ। ଭାରତ ବାହାରକୁ ମଧ୍ୟ ସାଲେପୁର ମିଠା ପଠାଯାଉଛି।ଏଭଲି ସ୍ଥିତିରେ କେନ୍ଦ୍ର ସରକାରଙ୍କ ନୂଆ ନିୟମକୁ ସାଲେପୁର ସହରର ସମସ୍ତ ମିଠା ଦୋକାନୀ ଓ ମିଠା ଗ୍ରାହକ ସ୍ୱାଗତ କରିଛନ୍ତି। ମିଠାର ଗୁଣବତା ନେଇ ସୃଷ୍ଟି ହେଉଥିବା ସନ୍ଦେହ ଏବେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଣି ଦେଇଛି ଲୋକମାନଙ୍କ ପାଇଁଖୁସି।
ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏହିଭଳି ପଦକ୍ଷେପ ନେଇଛି । ଅବଧି ପୁରା ହେବାପରେ ମଧ୍ୟ ମିଠା ବିକ୍ରି ହେଉଥିବା ସୂଚନା ମିଳିବ ପରେ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରାଯାଇଛି ।