ସାଲେପୁର ମୁଖ୍ଯ ବଜାରକୁ ଆସନ୍ତା ୨୪ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସାଲେପୁର: କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଥମିବାର ନା ଧରୁନାହିଁ। କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରଦେଇପୁର ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ସରପଂଚ ପଂଚାୟତର ୭,୧୪ ଓ ୧୫ ଓ୍ୱାର୍ଡ ସହ ସାଲେପୁର ମୁଖ୍ଯ ବଜାରକୁ ଗତକାଲି ହଠାତ୍ ୨୧ ତାରିଖ ଠାରୁ ଆସନ୍ତା ୨୪ ତାରିଖ ପଯ୍ୟନ୍ତ ୭୨ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

ଏ ନେଇ ସେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବିଡ଼ିଓ, ପୋଲିସକୁ ଲିଖିତ ଚିଠି ମଧ୍ୟ ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଅଂଚଳକୁ କେହି ଯା ଆସ ନକରିବା ପାଇଁ ଜନସଧାରଣଙ୍କୁ ନିବେଦନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.