ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ କିଛି ଭଲ ଅଛି । ହେଲେ ସାଲାଇନ ଏବଂ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ ସବୁ ପଡିଛି ପରିତ୍ୟକ୍ତ ଘରେ, ତାହା ପୁଣି ଏ ସବୁ ଉପରେ ବସିଗଲାଣି ଧୂଳି । ଯାହାକୁ ଦେଖିଲେ ସ୍ପଷ୍ଟ ଯେ ଅନେକ ମାସ ହେବ ଏଠାରେ ପଡ଼ିରହିଛି ଏ ସବୁ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୂରୠଞ୍ଜ ଜିଲ୍ଲା ଉଦଳାରୁ । ଡାକ୍ତରଖାନାର ଏକ ପରିତ୍ୟକ୍ତ ଘରେ ସାଲାଇନ, ଇଂଜେକ୍ସନ ସହ ଅନ୍ୟ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଛି ।

ଏସବୁ ସାମଗ୍ରୀ ଭିତରୁ କିଛି ଏକ୍ସପାଏରୀ ହୋଇଯାଇଥିବା ବେଳେ ଆଉ କିଛି ଭଲ ଅଛି । କେବଳ ସେତିକି ନୁହେଁ ସେଠାରେ ପେଟିରେ ଭର୍ତ୍ତି ହୋଇ ପଡିଛି ଇଂଜେକ୍ସନ । ଯାହାକି ଆଣ୍ଟିବାୟୋଟିକ ଇଂଜେକ୍ସନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ ରହିଛି ।

ଏପରିକି ସାଲାଇନ ଦେବା ସମୟରେ ବ୍ୟବହୃତ ହେଉଥିବା ଭେନପ୍ଲଗ ସହିତ ପାଇପ୍ ମଧ୍ୟ ପଡିରହିଛି । ସବୁଠାରୁ ବଡ଼କଥା ହେଲା ଏ ସମସ୍ତ ସାଲାଇନ ଏବଂ ଇଂଜେକ୍ସନ ସରକାରୀ । ଦୀର୍ଘମାସ ହେବ ଏସବୁ ଏପରି ଫୋପଡ଼ା ଯାଇଥିବା ବେଳେ ଏହା ଉପରେ କେମିତି କାହାର ନଜର ପଡିନାହିଁ । ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ତା ଭିତରେ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ ରହିଛି ଯାହାକି ଫୁସଫୁସ, ଚର୍ମ ଓ ରକ୍ତ ଜନିତ ରୋଗରୁ ନିରାକରଣ ପାଇଁ ବ୍ୟବହାର ହୋଇଥାଏ ।

ଉଦଳା ଡାକ୍ତରଖାନାରେ ଥିବା ଏକ ପରିତ୍ୟକ୍ତ ଘର ଭିତରେ ପଡିଛି କୁଢ଼ କୁଢ଼ ସାଲାଇନ । କେବଳ ସେତିକି ନୁହେଁ ସେଠାରେ ପେଟିରେ ଭର୍ତ୍ତି ହୋଇ ପଡିଛି ଇଂଜେକ୍ସନ। ଯାହାକି ଆଣ୍ଟିବାୟୋଟିକ ଇଂଜେକ୍ସନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ । ତେବେ ଏହି ଘଟଣା ଉପରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗଠନ କରିବାକୁ ଦାବି ହେଉଛି ।