ତାରରେ ଝୁଲୁଛି ସାଲାଇନ ବୋତଲ, କଟକ ଏସସିବି ମେଡିକାଲର ଚିତ୍ର

ତାରରେ ଝୁଲୁଛି ସାଲାଇନ ବୋତଲ । କଟକ ଏସସିବି ମେଡିକାଲରୁ ଆସିଛି ଚିତ୍ର । ମେଡିକାଲ ଓ୍ବାର୍ଡ ଭିତରେ ରୋଗୀଙ୍କ ଠାରେ ଲାଗୁଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାର ସାହାଯ୍ୟରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି ।

ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହା ସର୍ଜରୀ ବିଭାଗ ଓ୍ବାର୍ଡ ବୋଲି ଜଣାପଡ଼ିଛି । ମେଡିକାଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସାମାନ୍ୟ ସାଲାଇନ ଷ୍ଟାଣ୍ଡଟିଏ ମେଡିକାଲ କର୍ତ୍ତୃପକ୍ଷ ଯୋଗାଇ ପାରୁନାହାଁନ୍ତି ।

ସବୁବେଳେ ଡାକ୍ତର,ନର୍ସ ଓ ମେଡିକାଲ କର୍ମଚାରୀଙ୍କ ନଜରରେ ପଡ଼ୁଥିବା ବେଳେ କାହାର ଏଥିପ୍ରତି ଦୃଷ୍ଟି ପଡୁନି। ଏହି ଘଟଣାକୁ ସ୍ବୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ନିଜ ଦୋଷ ଲୁଚାଇବାକୁ ଯାଇ ମେଡିକାଲକୁ ଅତ୍ୟଧିକ ରୋଗୀ ଆସୁଥିବା ଏହାର କାରଣ ବୋଲି କହି ସଫେଇ ଦେଇଛନ୍ତି।