ମାହାଙ୍ଗା ଡବଲ ମର୍ଡର ଘଟଣା: IICଙ୍କୁ ସାଲେପୁର ଜେଏମଏଫସିଙ୍କ ନୋଟିସ

କେନ୍ୟୁଜ୍(ବ୍ୟୁରୋ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ପୋଲିସ ପୁନର୍ବାର ଦେଇଥିବା ଟାଇମ ପିଟିସନକୁ ଖାରଜ କରିଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ତଦନ୍ତକାରୀ ଅଫିସର କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂଗୃହିତ ରିପୋର୍ଟ ଦେବା ସହ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା।

ନିର୍ଦ୍ଦେଶ ପାଳନ ନ ହେବାରୁ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋର୍ଟ । ଏହାସହ ଆସନ୍ତା ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.