ଧସିଲା ୭୦ ଫୁଟର ସାଳନ୍ଦୀ ନଦୀବନ୍ଧ: ସୃଷ୍ଟି ହେଲା ବଡ ବଡ ଫାଟ

ଚାନ୍ଦବାଲି(କେନ୍ୟୁଜ୍):  ଧସିଲା ୭୦ ଫୁଟର ସାଳନ୍ଦୀ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତର ଶୀତଳପୁର ଠାରେ ୭୦ ଫୁଟ ଲମ୍ବର ସାଳନ୍ଦୀ ନଦୀର ମାଟି ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ମାଟି ବନ୍ଧ ସହ ଜଳ ସମ୍ପଦ ବିଭାଗ ପକ୍ଷରୁ ପଡିଥିବା ପଥର ସବୁ ମଧ୍ୟ ନଦୀ ଭିତରକୁ ଧସିଯାଇଛି । ମାଟି ଅତଡା ଧସିବା ଫଳରେ ବଡ ବଡ ଫାଟ ସୃଷ୍ଟି ହୋଇଛି ।

ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକ । ସାଳନ୍ଦୀ ନଦୀରୁ ବାରମ୍ବାର ମାଟି ଅତଡା ଧସୁଥିବା ବେଳେ ଜଳ ସମ୍ପଦ ଏହାର କୌଣସି ପ୍ରତିକାର କରୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ନଦୀ ଭିତରେ ଜାଫର କରି ପଥର ପକାଇବାକୁ ଗ୍ରାମବାସୀ ଦାବି କରଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.