ଏମିତି ଶାଶୁ ଓ ଶ୍ୱଶୁରଙ୍କୁ ସହେ ସଲାମ୍: ବୋହୂର ଦୁଃଖ ସହିପାରିଲେନି, କଲେ ଏହି ମହତ୍ କାର୍ଯ୍ୟ 

ଆଳି(କେନ୍ୟୁଜ୍): ଗୋଟେ ଝିଅର ବିବାହ ପରେ ତା ଶାଶୁ ଘରେ ବାପା ମାଙ୍କ ସ୍ଥାନ ନେଇଥାନ୍ତି ଶାଶୁ ଶ୍ବଶୁର। ଏଇ ଦୁଇ ନା ସବୁ ବୋହୁଙ୍କ ପାଇଁ ବହୁତ ଗୁରୁତ୍ବ ବହନ କରିଥାଏ । ଆଜିକାଲି ସମାଜରେ ଶାଶୁ ବୋହୂ ସମ୍ପର୍କକୁ ନେଇ ଆମେ ଅନେକ ଘଟଣା ଦେଖିବାକୁ କିମ୍ବା ଶୁଣିବାକୁ ପାଉଛେ। ଏହାରି ଭିତରେ କମ୍ ଭଲ, ଆଉ ବେଶି କଳି,ଝଗଡା,ଅହଙ୍କାର,ସ୍ବାର୍ଥ ଭଳି ଶବ୍ଦ ଶୁଣିବାକୁ ମିଳେ। ଆଉ ଏ ଶାଶୁ ବୋହୂ କଳି ତ ଘରେ ଘରେ। ହେଲେ ଆଜିର ଏ ଘଟଣା ଜାଣିଲେ ଆପଣ ନିଶ୍ଚିତ କହିବେ ଏମିତି ଶାଶୁ ଶ୍ବଶୁରଙ୍କୁ ଶହେ ସଲାମ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କୁମାରଟଙ୍କା ଗାଁର ଜଗନ୍ନାଥ ମନ୍ଦିରରେ ହାତ କୁ ଦିହାତ ହୋଇଛନ୍ତି ଭାଉଜ ଦିଅର। ଭାଉଜ ମଥାରେ ସିନ୍ଦୁର ଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦିଅର। ଭାଉଜ ସହିତ ଦିଅରର ବାହାଘର କଥା ଟିକେ ଅଡୁଆ ଲାଗୁଥିଲେ ବି ଏଥିରେ ଏହା ସତ । ଏ ଘଟଣା କୌଣସି ବିଶୃଙ୍ଖଳିତ କି ଅସଙ୍ଗତ ଘଟଣା ନୁହେଁ ବରଂ ଏହି ଘଟଣା ପଛରେ ରହିଛି ଏକ ମହତ ଉଦ୍ଦେଶ୍ଯ ଓ ମହାମାନବିକତା। ଯେଉଁଥିରେ ପୂର୍ଣ୍ଣ ସହମତି ରହିଥିଲା ବୋହୂର ଶାଶୁ ଅଆଉ ଶ୍ବଶୁରଙ୍କର। ପ୍ରେମ କରି ବିବାହ କରିଥିବା ବୋହୂର ସୁଖର ସାଂସାର ଚାଲୁଥିବା ବେଳେ ଅବେଳରେ ଚାଲିଗଲା ବଡ ପୁଅ। ଆଉ ଅସହାୟ ବୋହୂର ଦୁଃଖ ଦେଖିପାରିଲେ ନାହିଁ ଶାଶୁ ଓ ଶ୍ୱଶୁର। ଶେଷରେ ସାନ ପୁଅକୁ ଡାକି ଭାଉଜ ସହ ବାହାଘର କରାଇଲେ।

ଖବର ମୁତାବକ, ଗତ ୬ ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା ଆଳି କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲଙ୍କ ସହିତ ସେହି ଗାଁର କାଜଲ ସେଠୀଙ୍କର ପ୍ରେମବିବାହ ହୋଇଥିଲା। ଗତ ଦେଢ଼ବର୍ଷ ତଳେ ସୁନୀଲ କ୍ଯାନସର ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ମାତ୍ର ୨୬ ବର୍ଷ ବୟସ୍କା ସ୍ତ୍ରୀ କାଜଲ ବିଧବା ହେବା ସହ ତାଙ୍କର ୩ଟି ଛୋଟଛୋଟ ପିଲା ବାପ ଛେଉଣ୍ଡ ହୋଇଗଲେ। କାଜଲ କେବଳ ବେସାହାରା ହୋଇପଡିଲେ ନାହିଁ ଅଳ୍ପ ବୟସରେ ତାଙ୍କର ବିଧବା ହେବାର ଦୁଃଖ ଶାଶୁ ଶାନ୍ତିଲତା ଓଶ୍ଵଶୁର ପୁରୁଷୋତ୍ତମଙ୍କୁ ଗଭୀର ଭାବରେ ମର୍ମାହତ କଲା। ଶେଷରେ ଦରିଆପାରିରେ ରହୁଥିବା ସାନପୁଅ ଅନୀଲ ଘରକୁ ଆସିବା ପରେ ବାପା ମା ଭାଉଜ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

୧ବାପମାଙ୍କ କଥାରେ ଅନୀଲ ରାଜି ହୋଇଯାଇଥିଲେ।ଏହାପରେ ଶାଶୁ-ଶ୍ଵଶୁରଙ୍କ ପ୍ରସ୍ତାବରେ କାଜଲ ମଧ୍ୟ ସହମତ ହୋଇଥିଲେ।ତା’ପରେ ଏସମ୍ପର୍କରେ ପରିବାର ଲୋକେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ପୁରୁଷୋତ୍ତମ।ଗ୍ରାମବାସୀ ମାନେ ଏଭଳି ପ୍ରସ୍ତାବକୁ ମିଳିତ ଭାବରେ ସ୍ୱିକୃତି ଦେଇ ସ୍ୱାଗତ କରିଥିଲେ।ଶେଷରେ ପରିବାର ଲୋକ,ଗ୍ରାମବାସୀ, ବନ୍ଧୁ-କୁଟୁମ୍ବ ସଭିଏଁ ମିଳିମିଶି ଆଜି ଗାଁର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ କାର୍ଯ୍ଯ ସମ୍ପନ୍ନ କରାଇଥିଲେ। ବନ୍ଧୁ ପରିଜନ ଗ୍ରାମବାସୀଙ୍କ ଉପସ୍ଥିତରେ ଭାଉଜ ମଥାରେ ସିନ୍ଦୂର ଦେଇ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଦିଅର।

ଗାଁ ଜଗନ୍ନାଥ ମନ୍ଦିରରେ ଆଡମ୍ବର ସହକାରେ ଆଜି ଭାଉଜ କାଜଲ ସହିତ ଦିଅର ଅନୀଲର ପରିବାର ଲୋକଙ୍କ ସହମତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।ଭୋଜିଭାତ ମହୋତ୍ସବରେ ଆଜି ପରିବାର ଓ ବନ୍ଧୁ ପରିଜନ ସମସ୍ତେ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଦିଅର ଅନୀଲଙ୍କର ଏଭଳି ମହାନତା ପାଇଁ ସାରା ଗାଁ ଏବେ ପ୍ରଶଂସାରେ ଶତମୁଖ ହୋଇପଡିଛି।

ବଦଳୁଛି ଦୁନିଆ ଆଉ ବଦଳୁଛି ମାନିସକତା। ଏଭଳି ମହତ୍ କାର୍ଯ୍ଯ କରିବା ପାଇଁ ଦରକାର ଗୋଟେ ମହାନ ହ୍ରୁଦୟ। ତେବେ ଅନୀଲ ଓ କାଜଲଙ୍କ ବିବାହ ସମାଜକୁ ଏକ ନୂଆବାର୍ତ୍ତା ଦେଇଥିବା ବେଳେ ଆଳି ଅଞ୍ଚଳରେ ଏହି ନିଆରା ବିବାହକୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.