ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାର କାରଣ କଣ? ଏନେଇ ଆରମ୍ଭ ହୋଇଛି ତନାଘନା । ସରଜମିନ ତଦନ୍ତ ପାଇଁ ଆଜି କୋଲକାତାରୁ ଆସିବେ ନିରପତ୍ତା କମିଶନର । ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କୋଲକାତାର ରେଲେଓ୍ଵ ସେଫଟି କମିଶନରଙ୍କୁ ଦିଆଯାଇଛି । ବିଶାଖାପାଟନମ୍ ଊଜଗ ଓ ରେଳସୁରକ୍ଷା କମିଶନର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ଗତକାଲି ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହାଓ୍ଵଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ । ସାମନାରୁ ଆସୁଥିବା ମରାମତି କାମରେ ନିୟୋଜିତ ଏକ ଟାଓ୍ଵାର କାର୍ର ଏକ୍ସପ୍ରେସ ସହ ଧକ୍କା ହୋଇଥିଲା। ଏହାପରେ ଟ୍ରେନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ତିନି ଜଣ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ମେଣ୍ଟେନାନ୍ସ ଟାଓ୍ଵାର କାରର ଟେକ୍ନିସିଆନ ସୁରେଶ, ବରିଷ୍ଠ ସେକ୍ସନ ଇଞ୍ଜିନିୟର ସାଗର ଏବଂ ବିଦ୍ୟୁତ ଟେକ୍ସିସିଆନ ଗୌରୀ ନାଇଡୁ।
ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିଙ୍ଗାପୁର ରୋଡ ଷ୍ଟେସନ, ସିଙ୍ଗାପୁର ରୋଡ ଏ- କ୍ୟାବିନ ଓ କେଉଟଗୁଡ଼ା ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି। ଦୁର୍ଘଟଣା ପରେ ରାୟଗଡ଼ା-କୋରାପୁଟ ରେଳପଥରେ ଗମନାଗମନ ସ୍ୱାଭାବିକ କରାଯାଇଛି।