କ୍ଳାସ୍ ରୁମ୍ ଭିତରେ ଖାଲି ପଡିଛି ସମର୍ଥର ସିଟ୍, ଝୁରୁଛନ୍ତି ସହପାଠୀ: କ୍ରିକେଟକୁ ନେଇ ଦେଖିଥିଲା ବଡ ସ୍ଵପ୍ନ
ସ୍କୁଲ୍ ପରିସର ଆଜି ଖାଁ ଖାଁ। ସମସ୍ତଙ୍କ ମୁହଁରୁ ଉଭେଇ ଯାଇଛି ହସ । ସଭିଁଏ ଅଛନ୍ତି ହେଲେ ସମସ୍ତଙ୍କ ଆଖି ଯାହାକୁ ଖୋଜୁଛି ସେ କିନ୍ତୁ ନାହିଁ। ଆଉ କେବେ ବି ଦେଖିବାକୁ ମିଳିବନି ତାକୁ। କ୍ଳାସ୍ ରୁମ ଭିତରେ ଖାଲି ପଡିଛି ସିଟ୍ । ଆଉ ଗୁମୁରି ଗୁମୁରି ସାଙ୍ଗକୁ ଝୁରି ହେଉଛନ୍ତି ସହପାଠୀ ମାନେ । ୧୫ ବର୍ଷ ବୟସର ସମର୍ଥ ଅଗ୍ରୱାଲ ।

ଝାରସୁଗୁଡା(କେନ୍ୟୁଜ୍) : ସ୍କୁଲ୍ ପରିସର ଆଜି ଖାଁ ଖାଁ। ସମସ୍ତଙ୍କ ମୁହଁରୁ ଉଭେଇ ଯାଇଛି ହସ। ସଭିଁଏ ଅଛନ୍ତି ହେଲେ ସମସ୍ତଙ୍କ ଆଖି ଯାହାକୁ ଖୋଜୁଛି ସେ କିନ୍ତୁ ନାହିଁ। ଆଉ କେବେ ବି ଦେଖିବାକୁ ମିଳିବନି ତାକୁ। କ୍ଳାସ୍ ରୁମ ଭିତରେ ଖାଲି ପଡିଛି ସିଟ୍। ଆଉ ଗୁମୁରି ଗୁମୁରି ସାଙ୍ଗକୁ ଝୁରି ହେଉଛନ୍ତି ସହପାଠୀ ମାନେ।
୧୫ ବର୍ଷ ବୟସର ସମର୍ଥ ଅଗ୍ରୱାଲ। ଯିଏ ଆଜି ଏ ଦୁନିଆରେ ଆଉ ନାହିଁ । ଯେଉଁଥି ପାଇଁ ଝାରସୁଗୁଡା କକ୍ସ୍ କଲୋନୀ ଠାରେ ଥିବା ସମର୍ଥଙ୍କ ସ୍କୁଲରେ ଶୋକାକୁଳ ପରିବେଶ। ସମର୍ଥ ପଢ଼ୁଥିବା ସେଣ୍ଟ ମେରୀ ହାଇୟାର ସେକେଣ୍ଡେରି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ସମର୍ଥଙ୍କ ଆତ୍ମା ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରିଛନ୍ତି।
ଦିନେ ସମର୍ଥ ଯେଉଁ ଶ୍ରେଣୀରେ ବସି ପାଠ ପଢୁଥିଲା, ଯେଉଁ ସହପାଠୀଙ୍କ ସହ ଖେଳୁଥିଲା ବୁଲୁଥିଲା ସେମାନେ ମଧ୍ୟ ସମର୍ଥର ଅନୁଉପସ୍ଥିତିକୁ ଅନୁଭବ କରୁଛନ୍ତି। କ୍ରିକେଟ ଉପରେ ବିଶେଷ ରୁଚି ରଖିଥିଲା ସମର୍ଥ। ଏମିତିକି ସେ ଦିନେନାଦିନେ ଇଣ୍ଡିଆନ୍ ଟିମରେ ଖେଳିବ ବୋଲିବ ସ୍ଵପ୍ନ ଦେଖିଥିଲା। ତେବେ ଆଗକୁ ଭଲ କ୍ରିକେଟର ହୋଇପାଇଥାନ୍ତେ ବୋଲି ତାଙ୍କ କୋଚ ମଧ୍ୟ କହିଛନ୍ତି। ଏନେଇ ଦୋଷୀକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି। ଶିକ୍ଷକ ଓ ସହ ପାଠୀଙ୍କ କହିବା ଅନୁଯାୟୀ ବହୁତ ହସମୁଖ ପିଲାଟେ ଥିଲା ସମର୍ଥ।
ସୂଚନା ଥାଉକି, ଗତ ୨୭ ତାରିଖରୁ ନିଖୋଜ ଥିଲା ସମର୍ଥ । ସ୍କୁଟିରେ ଘରୁ ଯିବା ପରେ ଆଉ ଫେରିନଥିଲେ । ସମର୍ଥକୂ ଝାରସୁଗୁଡ଼ାରୁ ଅପହରଣ କରଯାଇଥିଲା। ବରଗଡ଼ରୁ ତାଙ୍କର ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଘଟଣାର ପର୍ଦ୍ଦାଫାଶ୍ କରିଥିଲା ପୋଲିସ୍।
ଝାରସୁଗୁଡ଼ା କ୍ରିଷ୍ଣା ଏନ୍କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲକୁ ଅପହରଣ ଓ ହତ୍ୟା କରାଯିବା ଅଭିଯୋଗରେ ଗିରଫ ହୋଇଥିଲେ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲ। ଏହି ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟରୁ ରିମାଣ୍ଡରେ ଅଣାଯାଇ ପୁଲିସ ସିନ୍ ରିକ୍ରିଏସନ୍ କରିବ ବୋଲି ଏସ.ପି. ପକ୍ଷରୁ ସୂଚନା ମିଳିଛି। ଗତକାଲି ଝାରସୁଗୁଡା ଜିଲ୍ଲା କୋର୍ଟରେ ଝାରସୁଗୁଡା ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଛି।