ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା: ଆଜି ସରୁଛି ଅଭିଯୁକ୍ତଙ୍କ ୩ଦିନିଆ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଛି ତଥ୍ୟ
ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା । ଆଜି ସରୁଛି ୩ଦିନିଆ ରିମାଣ୍ଡ ଅବଧି । ରିମାଣ୍ଡରେ ସବୁ ସତ ମାନିଛନ୍ତି ଅଭିଯୁକ୍ତ । ମର୍ଡର ମୋଟିଭ୍ କ’ଣ ଥିଲା ପୋଲିସ ହାତରେ ଲାଗିଛି ତଥ୍ୟ । ମୁଣ୍ଡ ଜାମିନ ପାଇଁ ହତ୍ୟା କରାଯାଇଥିଲା ନା ଅନ୍ୟ କିଛି କାରଣ ଥିଲା । ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ୩ଟି ଜିଲ୍ଲାରେ ଚାଲିଛି ଖୋଳତାଡ଼ ।

କେନ୍ୟୁଜ୍: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା । ଆଜି ସରୁଛି ୩ଦିନିଆ ରିମାଣ୍ଡ ଅବଧି । ରିମାଣ୍ଡରେ ସବୁ ସତ ମାନିଛନ୍ତି ଅଭିଯୁକ୍ତ । ମର୍ଡର ମୋଟିଭ୍ କ’ଣ ଥିଲା ପୋଲିସ ହାତରେ ଲାଗିଛି ତଥ୍ୟ । ମୁଣ୍ଡ ଜାମିନ ପାଇଁ ହତ୍ୟା କରାଯାଇଥିଲା ନା ଅନ୍ୟ କିଛି କାରଣ ଥିଲା । ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ୩ଟି ଜିଲ୍ଲାରେ ଚାଲିଛି ଖୋଳତାଡ଼ ।
ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାର ଚେର ଯାଏଁ ପହଂଚିବା ପାଇଁ ଜୋରଦାର ଚାଲିଛି ଛାନବିନ୍ । ଘଟଣା ପଛରେ କେବଳ ଟଙ୍କା ଥିଲା ନା’ ଆଉ କିଛି ଉଦ୍ଦେଶ୍ୟ, ପରଦା ଉଠାଇବା ପାଇଁ ସବୁ ଉଦ୍ୟମ କରିଛି ସ୍ୱତନ୍ତ୍ର ଟିମ୍ । ଦୁଇ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ସମର୍ଥଙ୍କୁ ଝରସୁଗୁଡ଼ାରୁ ଅପହରଣ କରିବା ପରେ କିଭଳି ବୁର୍ଲା ଆଣିଥିଲେ? ସେଠାରୁ ବରଗଡ଼ ଭେଡେନ୍ ଅଂଚଳକୁ ନେଇ କେମିତି ହତ୍ୟା କରିଥିଲେ? ଏବଂ ହତ୍ୟା କରିବା ପରେ କେମିତି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଥିଲେ? ପୋଲିସ ଆଗରେ ସବୁ ସତ ମାନିଛନ୍ତି ଅଭିଯୁକ୍ତ ।
ଗତ ୨୭ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନକ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅହପରଣ କରାଯାଇଥିଲା । ପରେ ସମର୍ଥଙ୍କ ମୋବାଇଲରୁ ଫୋନ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଥିଲା ।