ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ୫ଶହ ଟଙ୍କାର ଜରିମାନା

toiletସମ୍ବଲପୁର : ବାହାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ୫ଶହ ଟଙ୍କାର ତଣ୍ଡ। ଏଭଳି ଚରମ ଘୋଷଣା କରିଛି ସମ୍ବଲପୁର ମହାନଗର ନିଗମ। ସମ୍ବଲପୁର ସହରରେ ଏବେ ଯଦି କେହି ବାହାରେ ମଳତ୍ୟାଗ କରି ଧରାପଡନ୍ତି, ତେବେ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ। ମହାନଦୀର ତଟବର୍ତ୍ତୀ ଅଞ୍ଚଳରୁ ଦୁର୍ଗନ୍ଧମୟ ପରିବେଶକୁ ସଜାଡ଼ିବାକୁ ଏହି ପଦକ୍ଷେପ ନିଆଯାଇଛି। ଲୋକଙ୍କ ଘରୁ ୫ଶହ ମିଟର ମଧ୍ୟରେ କମ୍ୟୁନିଟି ଟଏଲେଟ୍ ପାଇଁ ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳ ଅଞ୍ଚଳରେ ଏବେ ହଜାର ହଜାର ବୃକ୍ଷ ରୋପଣ କରାଯାଇଛି। ଏହି ବ୍ୟବସ୍ଥା ପରେ ଯଦି କେହି ବାହାରେ ମଳତ୍ୟାଗ କରେ, ତାହେଲେ ଫାଇନ ଦେବାକୁ ପଡିବ। ମହାନଗର ନିଗମର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି।

You might also like