ହିନ୍ଦୁ ନବବର୍ଷ ପାଳନ ଅବସରରେ ଗୀତ ଗାଇଲେ ସମ୍ବଲପୁର କମିଶନର

ସମ୍ବଲପୁର : ଗୀତ ଗାଇଲେ କମିଶନର । ଗୀତ ଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ସମ୍ବଲପୁର କମିଶନର । “ବଂଶୀ ଵାଲେ କହ୍ନେୟା ମୋରେ” ଗୀତ ଗାଇଲେ ସମ୍ବଲପୁର ମହାନଗର ନିଗମ କମିଶନର। ଗତକାଲି ରହିଥିଲା ହିନ୍ଦୁ ନବବର୍ଷ । ଏହି ଅବସରରେ ସମ୍ବଲପୁର ଟାଉନ ହଲ ପଡିଆରେ କାର୍ଯ୍ୟକ୍ରମ ଚାଲିଥିଲା ।
ଏହି ସମୟରେ ଗାୟକ ଉମାକାନ୍ତ ବାରିକ ଷ୍ଟେଜରୁ ଓହ୍ଲାଇ ଗୀତ ଗାଇ ଗାଇ ମହାନଗର ନିଗମ କମିଶନର ବେଦଭୂଷଣଙ୍କୁ ଗାଇବାକୁ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରି ବେଶ ଖୁସିରେ କମିଶନର ବେଦଭୂଷଣ ଉକ୍ତ ଗୀତକୁ ସୁନ୍ଦର ଭାବେ ଗାଇଥିଲେ । ଯାହାକୁ ଦର୍ଶକଙ୍କ ସହ ଜିଲ୍ଲାପାଳ, ଆଇଜି ଓ ଏସପି ବେଶ୍ ପସନ୍ଦ କରିଥିଲେ ।
Also read: ବିକ୍ରମ ସମ୍ବତ ୨୦୮୨ରେ ରାଜା ଓ ମନ୍ତ୍ରୀ ପଦ ସମ୍ଭାଳିବେ ସୂର୍ଯ୍ୟ, ଜାଣନ୍ତୁ କିପରି ରହିବ ଆପଣଙ୍କ ହିନ୍ଦୁ ନବ ବର୍ଷ?