ସମ୍ବଲପୁର ଧନୁପାଲି ପୋଲିସ ପକ୍ଷରୁ ଚଢ଼ାଉ, ନିଶା କଫ ସିରଫ ଜବତ, ୫ ଗିରଫ

ସମ୍ବଲପୁର :ସମ୍ବଲପୁର ଧନୁପାଲି ପୋଲିସକୁ ମିଳିଲା ପୁଣି ଆଉ ଏକ ସଫଳତା ।  ନିଶା କଫ ସିରଫ ଜବତ ।  ୫ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ । ପଶ୍ଚିମବଙ୍ଗରୁ ଏକ ପରିବା ବୋଝେଇ ଗାଡ଼ିରେ ସମ୍ବଲପୁର ଚାଲାଣ ହେଉଥିବା ବେଳେ ସିଟି ଷ୍ଟେସନ ନିକଟରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ୧୨ଟି ପେଟିରେ ୧୪ ଶହ ୪୦ ବୋତଲ କଫ୍ ସିରଫ୍ ଜବତ କରିଛି ପୋଲିସ ।

ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର SDPO ତଫାନ ବାଗ । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ଓ ୫ଟି ମୋବାଇଲ୍ ଜବତ ହୋଇଛି । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥନାରେ ମାମଲା ରହିଛି ।