ପୁଣିଥରେ ଆରମ୍ଭ ହେଲା ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ତଦନ୍ତ
ସମ୍ବଲପୁର: ପୁଣିଥରେ ଆରମ୍ଭ ହେଲା ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ତଦନ୍ତ। କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶରେ ବୁର୍ଲା ମେଡିକାଲ କଲେଜର ଏଫଏମଟି ବିଭାଗ, ଡିଏଫଏସଏଲ ଓ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ସାନସିଂହାରୀ ଗ୍ରାମ ନିକଟରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଖୋଳି ଯାଞ୍ଚ କରିଛନ୍ତି। ମୃତଦେହର ଅବଶେଷାଂଶକୁ ପୁଣି ଥରେ ଖୋଜିବା ସହ ମୃତଦେହ ଉପରେ ଏସିଡ ପକାଯାଇଥିଲା କି ନାହିଁ ତାର ଯାଞ୍ଚ ଚାଲିଛି।