ମାଆ ସମଲେଶ୍ୱରୀଙ୍କ ଦର୍ଶନରୁ ନୂତନ ବର୍ଷର ନୂଆ ଆରମ୍ଭ କରିଛନ୍ତି ସମ୍ବଲପୁର ବାସିନ୍ଦା

ସମ୍ବଲପୁର : ନୂତନ ବର୍ଷର ନୂତନ ଆରମ୍ଭ ମାଆ ସମଲେଶ୍ୱରୀଙ୍କ ଦର୍ଶନରୁ ଆରମ୍ଭ କରିଛନ୍ତି ସମ୍ବଲପୁର ବାସିନ୍ଦା । ମନ୍ଦିର ବନ୍ଦ ଥିବାରୁ ବାହାରୁ ମୁଣ୍ଡିଆ ମାରି ମାଆଙ୍କ ଆଶିଷ ନେଇଛନ୍ତି ।
କୋଭିଡ୍ କଟକଣା ଯୋଗୁଁ ଆସନ୍ତା ୩ ତାରିଖ ଖୋଲିବ ସମଲେଶ୍ୱରୀ ମନ୍ଦିର । ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।