ସମ୍ବଲପୁରରେ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ ଓ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପଡ଼ିଆ, ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଚାଲିବ କାର୍ଯ୍ୟ: ଅସିତ ତ୍ରିପାଠୀ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ ଓ ପ୍ରଦର୍ଶନୀ ପଡିଆ । ସମ୍ବଲପୁରରେ ଲୟର୍ସ ଡେ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୪୦ କୋଟି ଟଙ୍କା ବ୍ୟୟରେ ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଅସିତ ତ୍ରିପାଠୀ। ପୁନରୁଦ୍ଧାର କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଭାବରେ ୧୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ କରାଯିବ ।

ଏହାସହ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପଡ଼ିଆ ମଧ୍ୟ ହେବ । ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସମ୍ବଲପର – କଟକ ଜାତୀୟ ରାଜପଥର କାର୍ଯ୍ୟ ଅନେକଦିନ ହେବ ଅଟକି ରହିଥିବା ବେଳେ ତାହାକୁ ଶୀଘ୍ର ଶେଷ କରିବାପାଇଁ ରାଜ୍ୟସରକାରଙ୍କ ତରଫରୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ରାଜ୍ୟ ସରକାର ଅଢେଇ ଗଣୁ ବୃଦ୍ଧି କରିଥିବାବେଳେ ଏବେ ପରିଷଦ ଅଧିନସ୍ଥ ଜିଲା ଗଡିକୁରେ ଶାଖା କାର୍ଯ୍ୟଳେୟ ଖୋଲାଯାଇ କର୍ମଚାରୀ ନିଯକ୍ତ କରାଯାଇଛି । ସେଗୁଡିକ ଜିଲାପାଳ ମାନଙ୍କ ସିଧାସଳଖ ନିୟନ୍ତ୍ରଣରେ ରହିଛି ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.