ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସେଲଫି ବେବୋଙ୍କ ମୃତ୍ୟୁ , ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବୁର୍ଲା ଥାନା ପୋଲିସ ପକ୍ଷରୁ ସୂଚନା

ସମ୍ବଲପୁର(କେନ୍ୟୁଜ୍) : ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସେଲଫି ବେବୋଙ୍କ ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବୁର୍ଲା ଥାନା ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ସମ୍ବଲପୁରୀ ଆଲବମ ହିରୋଇନ ସିମରନ୍ ସିଂଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ସେ ଦିଗରେ ତଦନ୍ତ କରୁଛି ପୋଲିସ ।
ଏହି ଘଟଣାରେ ପଚରାଉଚୁରା ପରେ ସିମରନଙ୍କ ବୟଫ୍ରେଣ୍ଡ ରଞ୍ଜୁ ସୁନାକୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ। କେବେଠାରୁ ସେମାନଙ୍କର ସମ୍ପର୍କ ଥିଲା । ଶେଷ ଥର କେବେ କଥା ହୋଇଥିଲେ ଓ କଣ କଥା ହୋଇଥିଲେ । କିଛି ମନୋମାଳିନ୍ୟ ଥିଲା କି ? ଏନେଇ ପୋଲିସ ତାଙ୍କ ଠାରୁ ତଥ୍ୟ ହାସଲ କରିଛି । ସେହିପରି ଭାଇରାଲ୍ ହୋଇଥିବା ସିମରନଙ୍କ ଭଏସ୍ ମେସେଜକୁ ନେଇ ବି ପୋଲିସ ତନାଘନା ଚଳାଇଛି ।