କେମିତି ଗଲା ସେଲ୍‌ଫି ବେବୋଙ୍କ ଜୀବନ? ରହସ୍ୟ ଘେରରେ ମୃତ୍ୟୁର କାରଣ

ସମ୍ବଲପୁର(କେନ୍ୟୁଜ୍): କେମିତି ଗଲା ସେଲ୍‌ଫି ବେବୋଙ୍କ ଜୀବନ । ଅଭିନେତ୍ରୀ ସିମରନ୍‌ ସିଂହଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି । ଏବେ ରହସ୍ୟ ଘେରରେ ରହିଛି ଅଭିନେତ୍ରୀଙ୍କ ମୃତ୍ୟୁ । ସମ୍ବଲପୁର ପୋଲିସ ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୁର୍ଲା ଏସ୍‌ଡିପିଓ କହିଛନ୍ତି । ଏହାର ଭିତରେ ଜାରି ହୋଇଛି ସିମରନ୍‌ଙ୍କ ଭଏସ ଅଡିଓ । ଏହି ଅଡିଓରେ ସେ ନିଜଠୁ, ପରିବାରଠୁ, ଦୁନିଆରୁ ସବୁଦିନ ପାଇଁ ଚାଲିଯିବା କଥା କହିଛନ୍ତି । ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟ ମହାନଦୀ ବ୍ରିଜ୍‌ର ୩୦ ଫୁଟ ତଳୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

beboଏହି ଘଟଣା ଜଣାପଡ଼ିବା ପରେ ମଧ୍ୟ ଘଟଣାସ୍ଥଳକୁ ଆସିନଥିଲେ ତାଙ୍କ ସ୍ୱାମୀ । ସିମରନ୍‌ ବଲାଙ୍ଗିର ବେଲପଡ଼ାର ଯୁଗ ସୁନାଙ୍କୁ ପ୍ରେମ ବିବାହ କରିଥିଲେ । ନିର‌୍ୟାତନା ଯୋଗୁ ଅନେକ ଥର ସେ ଘରକୁ ଚାଲି ଆସିଥିବା ତାଙ୍କ ମା’ କହିଛନ୍ତି । ଏନେଇ ପୂର୍ବରୁ ଝାରସୁଗୁଡ଼ା ଥାନାରେ ସିମରନ୍‌ ଓ ତାଙ୍କ ପରିବାର ଲୋକେ ଯୁଗ ସୁନାଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେଲଫି ବେବୋ ଆଲବମରେ ଅଭିନୟ କରି ବେଶ ଚର୍ଚ୍ଚିତ ହୋଇଥିଲେ ସିମରନ । ବହୁ ସମ୍ବଲପୁରୀ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।