ଯାଜପୁର ଟାଉନ(କେନ୍ୟୁଜ୍): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ଟପ୍ ଲିଷ୍ଟରେ ଆସିଛନ୍ତି। ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର ରଖି କୃତିତ୍ବ ଅର୍ଜନ କରିଛନ୍ତି। ତାଙ୍କ ବାପାଙ୍କ ନାମ ଗୋପାଳ ଚନ୍ଦ୍ର ସାହୁ ଓ ସ୍ନେହଲତା ସାହୁ। ତାଙ୍କ ଘର ଯାଜପୁର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ। ତେବେ ଗୋପାଳ ପାଣିକୋଇଲି ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ସେଥିପାଇଁ ସେ ପାଣିକୋଇଲି ଠାରେ ପରିବାର ନେଇ ରହିଆସୁଛନ୍ତି।
ସମ୍ଭାବନାଙ୍କ ସଫଳତା ପାଇଁ ଏବେ ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ସମ୍ଭାବନା ନିଜର ସଫଳତା ପାଇଁ ସାରା ଦିନ ପାଠ ପଢୁଥିଲେ। ପରିବାର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ତାକୁ ସବୁ ପ୍ରକାର ସହଯୋଗ ମିଳୁଥିଲା। ଏଥିପାଇଁ ସମ୍ଭାବନା ସମସ୍ତ ଶ୍ରେୟ ଦେଇଛନ୍ତି ବାପା ମା ଗୁରୁ ଗୁରୁଜନଙ୍କୁ। ସମ୍ଭାବନା ଆଗାମୀ ଦିନରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…