ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ: ଶ୍ରୀଲୋକନାଥଙ୍କ ମନ୍ଦିରକୁ ବିରାଜିବେ ମଦନମୋହନ, ହର-ହରିଙ୍କୁ ଏକତ୍ର ହେବ ପୂଜାର୍ଚ୍ଚନା
ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ହରହରିଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା । ସୋମବାର ଏକାଦଶୀ ପଡ଼ିଲେ ଶ୍ରୀମନ୍ଦିରରେ ପାଳିତ ହୁଏ ଶମ୍ଭୁ ଏକାଦଶୀ । କିନ୍ତୁ ଦୀର୍ଘ ୪୦ ବର୍ଷ ହେବ ଏହି ଅନନ୍ୟ ପରମ୍ପରା ବନ୍ଦ ହୋଇଯାଇଛି ।
ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ହରହରିଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା । ସୋମବାର ଏକାଦଶୀ ପଡ଼ିଲେ ଶ୍ରୀମନ୍ଦିରରେ ପାଳିତ ହୁଏ ଶମ୍ଭୁ ଏକାଦଶୀ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ ଶମ୍ଭୁ ଏକାଦଶୀରେ ଶ୍ରୀମନ୍ଦିରରୁ ଭଣ୍ଡାରରକ୍ଷକ ଶ୍ରୀଲୋକନାଥ ସେବକଙ୍କ ଗହଣରେ ଯାଇ ଶ୍ରୀଲୋକନାଥ ମନ୍ଦିରରେ ବିଜେ ହୁଅନ୍ତି । ପରେ ଶ୍ରୀଲୋକନାଥ ମନ୍ଦିରରେ ବିଜେ ହୁଅନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ।ଶ୍ରୀଲୋକନାଥ ଓ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଏକତ୍ର ସମ୍ପନ୍ନ ହୋଇଥାଏ ।
କିନ୍ତୁ ଦୀର୍ଘ ୪୦ ବର୍ଷ ହେବ ଏହି ଅନନ୍ୟ ପରମ୍ପରା ବନ୍ଦ ହୋଇଯାଇଛି । ମହାପ୍ରଭୁ ଯାଉନାହାନ୍ତି ବାବା ଲୋକନାଥଙ୍କ ମନ୍ଦିରକୁ। ଶ୍ରୀମନ୍ଦିରରେ ହରିହର ଭେଟ କରି ଶମ୍ଭୁ ଏକାଦଶୀ ନୀତି ତୁଲାଯାଉଛି । ସେବକ ଓ ପ୍ରଶାସକଙ୍କ ଆନ୍ତରିକତା ଅଭାବରୁ ଠାକୁରଙ୍କ ଅସଲ ବିଧି ହୋଇପାରୁ ନାହିଁ । ଏହି ପର୍ବ ବର୍ଷକେ ଚାରି ମାସ ବାରଣ ରହିଛି । ହରିଶୟନ ଏକାଦଶୀ ଠାରୁ ହରିଉତ୍ଥାପନ ପର୍ଯ୍ୟନ୍ତ ଏହି ବିଧି ମନା ।