ରାଜନୈତିକ କାରଣ ନା ଆଉ କିଛି? ନବନିର୍ବାଚିତ ସମିତି ସଭ୍ୟାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସି ସ୍ୱାମୀଙ୍କୁ ଗୁଳି କରି ଚାଲିଗଲେ, ୨ ଅଟକ

କଣ୍ଟାବାଞ୍ଝି(କେନ୍ୟୁଜ): ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା। ଗୁଳି ମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଜୀବନ । ବଲାଙ୍ଗିର ବେଳପଡା ବ୍ଲକ ବାଗଡୋର ପଞ୍ଚାୟତରେ ଘଟିଛି ଏହି ଦୁଃଖଦ ଘଟଣା । ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ମୃତ୍ୟ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଗତକାଲି ରାତିରେ ଦୁଇ ଜଣ ଦୁର୍ବୃୃତ୍ତ ଏକ ବାଇକ୍‌ରେ ଆସି ଗୁଳି ମାରିଥିବା ଅଭିଯୋଗ ହୋଇଛି ।

ନବନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କୁ ଅଭିନନ୍ଦନ ଜଣାଇବାକୁ ଆସି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ପ୍ରଥମରେ ବେଳପଡା ଡାକ୍ତରଖାନା ପରେ ପାଟଣାଗଡ଼ ଅଣାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପଛରେ ରାଜନୈତିକ କାରଣ ନା ଆଉ କିଛି ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.