ବାପୁଙ୍କୁ ମନେ ପକାଇ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଦ୍ବାରା ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ

ପୁରୀ(କେନ୍ୟୁଜ୍): ବାପୁଙ୍କୁ ମନେ ପକାଇ ପୁରୀର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ କରିଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀକୁ ନେଇ ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ନିଜ ମ୍ୟୁଜିୟମ୍‌ରେ ଏହି ସ୍ୟାଣ୍ଡ ଆନିମେସନ କରିଛନ୍ତି ।

ସୂଚନା ଥାଉକି, ଆଜି ଗାନ୍ଧି ଏବଂ ଶାସ୍ତ୍ରୀ ଜୟନ୍ତୀ । ଶାନ୍ତି ଓ ଅହିଂସାର ଆଜୀବନ ପୂଜାରୀ ମହାତ୍ମା ଗାନ୍ଧିଙ୍କ ମନେ ପକାଉଛି ସାରା ଦେଶ । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ସାଜିଥିଲେ ବାପୁ । ଆଜି ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସେହିପରି ଆଜି ମଧ୍ୟ ଶାନ୍ତିର କପୋତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ । ଛାତ୍ର ଜୀବନରୁ ହିଁ ଦେଶ ସେବାରେ ନିଜକୁ ଉତ୍ସଗୀକୃତ କରିଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଆଜି ଉଭୟ ମହାପୁରୁଷଙ୍କୁ ମନେ ପକାଉଛି ସାରା ଦେଶ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

Leave A Reply

Your email address will not be published.