୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମୀରେ ମାନସ କୁମାରଙ୍କ ଦ୍ବାରା ବାଲୁକା କଳା

ପୁରୀ: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମୀରେ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶିତ ହୋଇଛି। ଏହି ବାଲୁକା କଳା ମାଧ୍ଯମରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ତ୍ରିରଙ୍ଗାର ବାଲୁକା କଳା ମାଧ୍ଯମରେ ଚିତ୍ରଣ କରିବା ସହିତ ୭୨ ତମ ଗଣତନ୍ତ୍ର ଦିବସରେ ଦେଶର ଉନ୍ନତ କାମନା କରିଛନ୍ତି ।

sand artଏହି ବାଲୁକା କଳାଟି ୧୫ ଫୁଟ୍ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ଟନ୍ ବାଲି ଉପଯୋଗ କରାଯାଇଛି । ଏହି କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।  ଏହାକୁ ର୍ମାଣ କରିବାରେ ତାଙ୍କୁ ତାଙ୍କ ଛାତ୍ର ଚିତ୍ତରଞ୍ଜନ ମହାନ୍ତି ସହଯୋଗ କରିଛନ୍ତି ।