ବିଶ୍ୱ କର୍କଟ ଦିବସ: କିମ୍ସ ଓ କିଟ ସହଯୋଗରେ ପୁରୀ ବେଳଭୂମିରେ ମାନସ ସାହୁଙ୍କ ବାଲୁକା କଳାକୃତି

ପୁରୀ : ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି । ରାଜ୍ୟର ଅଗ୍ରଣୀ ଘରୋଉ ହସପିଟାଲ କିମ୍ସ କ୍ୟାନସର ସେଣ୍ଟର ଓ କିଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ସ୍ବର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାକୃତି କରାଯାଇଛି । ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଥିବା ବିଶ୍ୱ କର୍କଟ ଦିବସ ପାଇଁ ଚଳିତ ବର୍ଷର ବା ରହିଛି united by unique. ଏହି ବାର୍ତ୍ତାକୁ ବାଲୁକା କଳା ମାଧ୍ୟମରେ ପ୍ରତିଫଳିତ କରାଯାଇଛି ।
କର୍କଟ ରୋଗର କୌଣସି ପ୍ରାଥମିକ ଲକ୍ଷଣ ଦେଖାଗଲେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ସବୁ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା, ଅସୁବିଧା ଅଲଗା ଅଲଗା । କିନ୍ତୁ ମିଳିତ ଭାବେ ଏହି ଜଟିଳ କ୍ୟାନ୍ସର ରୋଗର ମୁକାବିଲା କରାଯାଇପାରିବ । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ସହ କିମ୍ସ ନର୍ସିଂ ଛାତ୍ରୀଙ୍କୁ ନେଇ କ୍ୟାନ୍ସର ଉପରେ ଏକ କ୍ଷୁଦ୍ର ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ଏଥିସହ ସ୍ଥାନୀୟ ମତ୍ସ୍ୟଜୀବୀ, ଲାଇଫଗାର୍ଡ ଓ ବୁଦ୍ଧିଜୀବୀଙ୍କ କ୍ୟାନ୍ସର ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କିମ୍ସ କ୍ୟାନସର ସେଣ୍ଟରର ଡାକ୍ତରମାନେ ଯୋଗ ଦେଇ କ୍ୟାନ୍ସର ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ବୁଝାଇଥିଲେ ।