କଟକ ବାଲିଯାତ୍ରା ପଡିଆରେ ବାଲୁକା କଳା: ବୋଇତ ସହିତ ୨୫ହଜାର ୫୦୦ ଦୀପରେ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପଡିଆରେ ବାଲୁକା କଳାର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ଚଳିତବର୍ଷର ଅନ୍ୟତମ ଆକର୍ଷଣ ରହିଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ‘କଟକ ଇନ୍‌ କଟକ’ ପାଭିଲିୟନ ମଧ୍ୟରେ ତିଆରି ହୋଇଛି ପ୍ରାୟ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା ।

ବୋଇତ ସହିତ ୨୫ହଜାର ୫୦୦ ଦୀପ ଏହି ବାଲୁକା କଳାରେ ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ଲିମକା ବୁକ ରେକର୍ଡରେ ସ୍ଥାନ ଦେବାକୁ ଚେଷ୍ଟା କରାଯାଇଛି । ଉଦଘାଟନୀ ଉତ୍ସବରେ କଟକ ଜିଲ୍ଲାପାଳ ଡ଼. ଭବାନୀ ଶଙ୍କର ଚୟନି, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ ।

Leave A Reply

Your email address will not be published.