ପୁରୀ : ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ (କେନ୍ୟୁଜ୍) : ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ବୋଲି କାମନା କରିଛନ୍ତି। ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି।