ପୁରୀ ବେଳାଭୂମିରେ ଲୌହମାନବଙ୍କ ସ୍ମୃତିରେ ନିର୍ମିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ

ପୁରୀ (କେନ୍ୟୁଜ୍) : ବେଳାଭୂମିରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ନିର୍ମିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସର୍ଦ୍ଦାର ପଟେଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉଦଘାଟନ ହେବାକୁ ଥିବାବେଳେ ଏହାକୁ ନିର୍ମାଣ କରିଥିବା ଶିଳ୍ପୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ବେଳାଭୂମିରେ ଏହି ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ହୋଇଛି ।