ଉତ୍କଳ ଦିବସ ଉପଲକ୍ଷେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ୟୁଜ୍): ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍‌କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ଓ ବୀରତ୍ୱର ଗାଥାକୁ ବାଲୁକା କଳା ମାଧ୍ୟମରେ ବଖାଣିଛନ୍ତି ।

ବାଲୁକା କଳାରେ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି । ୮ ଫୁଟ୍‌ ଉଚ୍ଚତା ଓ ୨୦ ଫୁଟ୍‌ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୨୦ ଟନ୍‌ ବାଲି ଲାଗିଛି । ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.