ପୁରୀ ବେଳାଭୂମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ନେଇ ବାଲୁକାକଳା

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣର ଶିଳାନ୍ୟାସ ହେବ । ଏହାକୁ ନେଇ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ବାଲିରେ ଉଲ୍ଲେଖ କରିଥିବା ବେଳେ ପରିକ୍ରମା ମାର୍ଗ ପାଇଁ ହେବାକୁଥିବା ଡିଜାଇନ୍‌କୁ ବାଲୁକାକଳାରେ ପ୍ରଦର୍ଶିତ କରିଛନ୍ତି ।

ସେପଟେ ସୁଦର୍ଶନ ମଧ୍ୟ ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହି ପ୍ରକଳ୍ପ କିଭଳି ଭାବରେ ସୁରୁଖୁରୁରେ ଆରମ୍ଭ ହୋଇ ଶେଷ ହେବ ସେନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ସୁନ୍ଦର ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି ।

Leave A Reply

Your email address will not be published.