ସବୁଠୁ ଛୋଟ ଜଗନ୍ନାଥଙ୍କ ମୂର୍ତ୍ତି କରି ବିରଳ ରେକର୍ଡରେ ସ୍ଥାନ ପାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

ବିରଳ ବିଶ୍ଵ ରେକର୍ଡ଼ କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ୧ mm ର ଜଗନ୍ନାଥଙ୍କ କାଠରେ ନିମିତ୍ତ ମୂର୍ତ୍ତି ତିଆରି କରି Exclusive world records & india book of records ରେ ସ୍ଥାନ ପାଇଛି ସତ୍ୟଙ୍କ ବିରଳ କଳାକୃତି। ନିଜ ପୂର୍ବ ରେକର୍ଡ ଭାଙ୍ଗି ନୂତନ ରେକର୍ଡ କରିଲେ ସତ୍ୟ। ଏହା କେବଳ ମହାପ୍ରଭୁ ଜଗନ୍ନାଥ ଓ ମା କନ୍ଧୁଣି ଦେବୀଙ୍କ କୃପାରୁ ସମ୍ଭବ ହୋଇପାରିଛି ବୋଲି ସତ୍ୟ କହିଛନ୍ତି । ପୂର୍ବ ରୁ ୨ mm ରୁ ୧ cm ଜଗନ୍ନାଥ ଙ୍କ ମୂର୍ତ୍ତି କରି ବହୁ ରେକର୍ଡ କରିଥିଲେ । ଆଶା ଥିଲା ୧ mm ର ଜଗନ୍ନାଥଙ୍କ ମୂର୍ତ୍ତି ରେକର୍ଡ କରିବ ବୋଲି । ଆଜି ମହାପ୍ରଭୁ ଜଗନ୍ନାଥ ଓ ମା କନ୍ଧୁଣୀ ଦେବୀ, ମା ବୁଢ଼ୀ ଠାକୁରାଣୀଙ୍କ କୃପାରୁ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ସତ୍ୟ।

ସତ୍ୟଙ୍କ ଏହି ଉପଲବ୍ଧିରେ ତାଙ୍କ ଗାଁ ସୋରଡ଼ା ଓ ବ୍ରହ୍ମପୁରରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଅନେକ ନୂତନ କଳାକୃତି କରି ରେକର୍ଡ ନିଜ ନାଁରେ କରିଥିଲେ । ବିଶ୍ଵର ସବୁଠାରୁ ଛୋଟ ମୂର୍ତ୍ତି, ଶିବ, ଗଣେଶ, ଦୁର୍ଗା, କାଳୀ, କୃଷ୍ଣ, ରାମ, ଲକ୍ଷ୍ମୀ, ସରସ୍ଵତୀ, ବୁଦ୍ଧ, ହନୁମାନ, ବୁଢ଼ୀ ଠାକୁରାଣୀ, କନ୍ଧୁଣୀ,ରଥ ଅନେକ ମୂର୍ତ୍ତି ନିର୍ମାଣ କରି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ଦିବସ ମାନଙ୍କରେ ବାଲୁକା କଳା ମାଧ୍ୟମରେ ଜନ ସଚେତନ କରନ୍ତି ଶିଳ୍ପୀ ସତ୍ୟ ନାରାୟଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.