ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଐତିହାସିକ ସଫଳତା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ପ୍ୟାରିସ୍‌ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଛି । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଛନ୍ତି ମନୁ ଭ‌ାକର ଓ ସରବଜୋତ ସିଂହ । ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ମନୁ ଓ ସରବଜୋତଙ୍କୁ  ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି  l

ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା କଳାରେ ମନୁ ଓ ସରବଜୋତଙ୍କ ସହ କାନ୍ସ୍ୟ ପଦକ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି  l ସୁଦର୍ଶନ କହିଛନ୍ତି, ଉଭୟଙ୍କ ସଫଳତା ପାଇଁ ଅନେକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି  l

ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ମନୁ ଭାକର ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ କାଂସ୍ୟ ପଦକ ଜିତି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ । ତା’ ସହିତ ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍‌ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ । ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବ‌ା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି ।

 

You might also like