ପୁରୀ(କେନ୍ୟୁଜ) : ମେଲୋଡି କୁଇନ୍, ଭାରତର କୋକିଳା କଣ୍ଠୀ ତଥା ଭଏସ୍ ଅଫ୍ ଦି ମିଲେନିୟମ୍ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି । ଗତବର୍ଷ ଆଜିର ଦିନରେ ଲତାଙ୍କ ୯୨ ବର୍ଷ ବୟସରେ ନିଧନ ହୋଇଥିଲା । ନିଜ ଜୀବନ କାଳରେ ୩୬ ଭାଷାରେ ୫୦ହଜାରରୁ ଅଧିକ ଗୀତ ଗାଇଛନ୍ତି ଲତା।
୮ ଦଶନ୍ଧି ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତାଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ଲତାଙ୍କ ପ୍ରଥମ ପୂଣ୍ୟତିଥି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୬ ଫୁଟର ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।