ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ଵା: ୫ଗୁରୁତର, ୧୫ଆହତ

କନ୍ଧମାଳ(କେନ୍ୟୁଜ୍): ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ଵା । ଆସ୍କାରୁ ୨୫ ଯାତ୍ରୀଙ୍କୁ ନେଇ ବନ୍ଧବାହାଲ ଯାଉଥିବା ବେଳେ ଫୁଲବାଣୀ ଭେଟଖୁଲ ଘାଟି ବୁଲାଣିଆ ରାସ୍ତାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ଫୁଲବାଣୀ ସଦର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟ୍ରକ ଡ୍ରାଇଭରକୁ ଅଟକ ରଖିଛି । ବସ୍‌ରେ ଥିବା ଅନ୍ୟଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟ ବସ୍‌ରେ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.