ବ୍ରିଜ ଉପରେ ଝୁଲି ରହିଛି ବାଲି ବୋଝେଇ ହାଇୱା ଗାଡି, ଉଦ୍ଧାର ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ

ରେଢାଖୋଲ: ରେଢ଼ାଖୋଲରେ ଘଟିଲା ଅଘଟଣ । ବ୍ରିଜ ଉପରେ ଝୁଲି ରହିଛି ବାଲି ବୋଝେଇ ହାଇୱା ଗାଡି। ଗାଡି ଭିତରେ ଚାପି ହୋଇ ରହିଛି ଡ୍ରାଇଭର । ଘଟଣାଟି ଘଟିଛି ବୌଦ୍ଧ ରାସ୍ତାର କନ୍ଧରା ଗ୍ରାମ ନିକଟରେ । ବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ହାଇୱା ଗାଡି।
ଗତକାଲି ବିଳମ୍ବିତ ରାତିରେ ହାଇୱାଟି ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଅଧାରେ ଅଟକି ରହିଥିଲା ହାଇୱା। ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚିଛନ୍ତି । କଟର ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
Also read: ସୋନଭଦ୍ର: ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ୬ ଆହତ