ବାଇକକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର। ଜଣେ ମୃତ, ଅନ୍ୟ ଜଣେ ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଯୁବକ ଜଣକ ଭଗବାନପୁର ଗ୍ରାମର ଦେବାଶିଷ ମଲିକ (୨୬) ହୋଇଥିବା ବେଳେ ଆହତ ଜଣକ ନୂଆପାଟଣା ଗ୍ରାମର ସାଗର ମଲିକ (୨୨) ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ସକାଳୁ ୨ଜଣ ଯୁବକ ଏକ ବାଇକରେ ଜାରକା ଅଭିମୁଖେ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର କାଏମା ନିକଟରେ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବେଆଇନ ଭାବେ ବାଲି ପରିବହନ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।

ଏପରିକି ଉତ୍ୟକ୍ତ ଲୋକେ ନଦୀବନ୍ଧ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।  ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 

ଆହୁରି ପଢ଼ନ୍ତୁ : ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ, ଘଉଡ଼ାଇବାକୁ ନାକେଦମ ବନ ବିଭାଗ