ଯାଜପୁର ବିଂଝାରପୁରରେ ପୁଣି ମାତିଲେଣି ବାଲି ମାଫିଆ: ଅଭିଯୋଗ ସତ୍ତ୍ୱେ ଶୁଣିନି ପ୍ରଶାସନ

ଯାଜପୁର ଟାଉନ (କେନ୍ୟୁଜ): ବାଲିଘାଟ ବିବାଦରୁ ବୋମାମାଡ଼ ଓ ହତ୍ୟାକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଯାଜପୁର ବିଂଝାରପୁରରୁ ଆସିଛି ପୁଣି ବାଲିଘାଟ ବିବାଦ। ଏହି ବିବାଦ ଦୀର୍ଘ ଦିନ ହେବ ଚାଲି ଆସୁଥିଲେ ହେଁ କୌଣସି ସମାଧାନ ହେଉନି। ପ୍ରଶାସନକୁ ଚ୍ଯାଲେଞ୍ଜ ଦେଇ ବାଲି ମାଫିଆ ମାନେ ଦିନ ଦ୍ବି ପ୍ରହରରେ ବାଲି ଚୋରା ଚାଲାଣ କରୁଛନ୍ତି। ସମସ୍ଯାର ସମାଧାନ ନେଇ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ହେଁ କୌଣସି କାର୍ଯ୍ଯାନୁଷ୍ଠାନ ହେଉନି।

ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି,ସମସ୍ଯା ର ସମାଧାନ ନ ହେଲେ ଏଠି ବି ରକ୍ତପାତ ଯେ ନ ହେବ ତାହା କହି ହେବ ନାହିଁ। ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ । ସବୁ ଜାଣିବି ପ୍ରଶାସନ ଚୁପ। ଗୋଟିଏ ପଟେ ସରକାରଙ୍କ ରାଜସ୍ବ ହାନି ଘଟୁଛି । ଅନ୍ଯପଟେ ପ୍ରଦ୍ୟୁଷଣ ସମସ୍ଯା ଭୋଗୁଛନ୍ତି ସ୍ଥାନୀୟ ଲୋକେ। ତୁରନ୍ତ ଏହି ବାଲିଘାଟ କୁ ବନ୍ଦ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ସୂଚାନୁଯାୟୀ କିଛି ଦିନ ତଳେ ଖରସ୍ରୋତା ଆଦିର ମନେଇଗଣ୍ଡ ବାଲି ଖାଦାନ ବିବାଦ କୁ କେନ୍ଦ୍ର କରି ବୋମା ମାଡ଼ ହୋଇ ଜଣଙ୍କ ର ମୃତ୍ୟୁ ଘଟିଥିଲା। ଏଠି ମଧ୍ୟ ସମାନ ପରିସ୍ଥିତି ହେବାକୁ ଯାଉଛି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ବାଲି ମାଫିଆ ବାଲି ଚୋରା ଚାଲାଣ କରୁଛନ୍ତି ଆଉ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ବେଆଇନ ବାଲି ଚାଲାଣ ପଂଳରେ ଜନ ବସତି ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଖାଲି ଏତିକି ନୁହେଁ ସରକାରୀ ଜମିକୁ ନିଜ କବ୍ଜାକୁ ନେଇ ଯାଇଛନ୍ତି ବାଲି ମାପିଂଆ । ଏ ନେଇ ସ୍ଥାନୀୟ ତହସିଲଦାର ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ନ ମିଳିବା ନେଇ ଜଣ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ଏ ନେଇ ଅଭିଯୋଗ ମିଳିଛି ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରତିଶ୍ରୁତି ଦେଇଛନ୍ତି।

ବେଆଇନ ବାଲିଘାଟ ନେଇ ବାରମ୍ବାର ଅଭିଯୋଗ ଆସୁଛି କିନ୍ତୁ ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାନଯିବା ଦୁର୍ଭାଗ୍ଯ ଜନକ। ତେଣୁ ବେଳ ଥାଉଁ ଥାଉଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.