ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ
କେନ୍ଦୁଝର : ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ । ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ଆକ୍ରମଣ । କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ଆହତ ହୋଇଛନ୍ତି । ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ଆନନ୍ଦପୁର ଘଷିପୁରା ଥାନା ସୁଡୁସୁଡ଼ିଆ ଛକ ନିକଟରେ ଗାଡ଼ି ଅଟକାଇ ଆକ୍ରମଣ କରିଛନ୍ତି । କାର୍ ରେ ଆସି ୬ରୁ ଅଧିକ ବାଲି ମାଫିଆ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।