ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବାଲେଶ୍ବର(କେନ୍ୟୁଜ୍): ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ।  ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫିଲାଡି କଣ୍ଟା ବଣିଆ ନିକଟ ବୁଢାବଳଙ୍ଗ ନଦୀ ରେ ଏକ ବେଆଇନ ବାଲି ଖାଦାନରେ ଚଢାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତି ରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ।

ଆଜି ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ାଉ ବେଳେ ମାଫିଆ ମାନେ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହାପରେ ମାଫିଆ ମନେ ଛତ୍ରଭଙ୍ଗ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଉପଜିଲ୍ଲାପାଳଙ୍କ ଗାଡି ଓ ଅବକାରୀ ଗାଡ଼ିକୁ ଉଦ୍ଧାର କରିଛି । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖା କରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।ଏହାସହ ଘଟଣାସ୍ଥଳରେ ଏକ ପୋଲିସ ଟିମ୍ ପହଞ୍ଚି ଛାନ ଭିନ ଆରମ୍ଭ କରିଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଖିବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.