ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଥାନା ମେରିଙ୍ଗି ଗାଁରେ ଚାଞ୍ଚଲ୍ୟ । ବାଲି ଉଠାଇବାକୁ ମନା କରିବାରୁ ନାବାଳକକୁ ବେକ ଯାଏ ପୋତିଦେଲେ । ତେବେ ଅଳ୍ପକେ ନାବାଳକଙ୍କ ଜୀବନ ବର୍ତ୍ତିଯାଇଛି । ଘଟଣାଟି ଗତ ୨୫ ତାରିଖର ଜଣାପଡିଛି । ଅଭିଯୋଗ ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ତିନି ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ । ଅଭିଯୋଗ ମୂତାବକ, ଛଅ ଜଣ ଟ୍ରାକ୍ଟରରେ ମେରିଙ୍ଗି ନିକଟ ସାନନଦୀରୁ ବାଲି ଉଠାଣ ପାଇଁ ଯାଇଥିଲେ ।
ଏହି ସମୟରେ ସେଠାରେ ଥିବା ନାବାଳକକୁ ବାଲି ଉଠାଇବା ପାଇଁ କହିଥିଲେ । କିନ୍ତୁ ମନା କରିବାରୁ ଅଭିଯୁକ୍ତ ମାନେ ଉତ୍ୟକ୍ତ ହୋଇ ବାଲିପଠାରେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ନାବାଳକଙ୍କ ବାପା । ନାବାଳକର ବେକ ପର୍ଯ୍ୟନ୍ତ ବାଲି ଭିତରେ ପୋତି ହୋଇରହିଥିବା ବେଳେ ଛଅ ଜଣ ଯାକ ଉପହାସ କରି ଭିଡିଓ ବନାଉଥିଲେ । ଦୀର୍ଘ ସମୟ ପରେ ନାବାଳକକୁ ବାଲିଭତିରୁ ବାହାରିଥିଲେ ।
Also read: ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଘରୋଇ ସହାୟକଙ୍କୁ ମିଳିବ କି ସର୍ବନିମ୍ନ ମଜୁରୀ?