ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି, ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି । ଇବ୍ ନଦୀର ଅମଲିପାଲି ବାଲି ଘାଟରେ ଚଢ଼ଉ ବେଳେ ଖଣି ବିଭାଗ ଓ ପୋଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି ବାଲି ମାଫିଆ । ୬ଟି ଚୋରା ବାଲି ବୋଝେଇ ଗାଡ଼ି ଜବତ କରିଥିଲେ ମିଳିତ ଟିମ୍ । ମାଫିଆମାନେ ଆକ୍ରମଣ କରି ୫ଟି ଗାଡ଼ି ଛଡ଼ାଇ ନେଇଥିଲେ ।

ଏନେଇ କନିଷ୍ଠ ଖଣି ଅଧିକାରୀ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଇବ ନଦୀର ଅମଲିପାଲି ବାଲି ଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ବୁଧବାର କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସର ଏକ ମିଳିତ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଚୋରା ବାଲି ବୋଝେଇ ୬ଟି ଗାଡ଼ିକୁ ଜବତ କରାଯାଇଥିଲା । ଗାଡ଼ିଗୁଡ଼ିକୁ ଥାନାକୁ ଅଣାଯାଉଥିବା ସମୟରେ ବାଲି ମାଫିଆମାନେ ଅଚାନକ ଆକ୍ରମଣ କରିଥିଲେ । ଖଣି ଅଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜବତ ହୋଇଥିବା ୫ଟି ଗାଡ଼ିକୁ ଜୋରଜବରଦସ୍ତ ଛଡ଼ାଇ ନେଇଥିଲେ ।

ଆହୁରି ପଢ଼ନ୍ତୁ : କାଠଯୋଡ଼ିରେ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ