ବାଲି ମାଫିଆଙ୍କ ଦୌରାତ୍ମ୍ୟ: ତହସିଲଦାରଙ୍କୁ ଟ୍ରକ ଚଢାଇ ହତ୍ୟା କରିବାକୁ ଧମକ

ଚେକିଂ ବେଳେ କେନ୍ଦ୍ରାପଡ଼ା ଡେରାବିସ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଧମକ ଅଭିଯୋଗ । ବିରୋଧ କଲେ ଟ୍ରକ ଚଢାଇ ମାରିଦେବାକୁ ଦେଲେ ଧମକ।

କେନ୍ଦ୍ରାପଡ଼ା (କେନ୍ୟୁଜ): ବାଲି ମାଫିଆଙ୍କ ଦୌରାତ୍ମ୍ୟ। କେନ୍ଦ୍ରାପଡ଼ା ଡେରାବିସ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଧମକ ଅଭିଯୋଗ । କଟକ ଚାନ୍ଦବାଲି ରାସ୍ତା ଗୁଆଳସିଂ ଛକ ନିକଟରେ ତହସିଲଦାର ଅକ୍ଷୟ ପରିଡ଼ା ଓ ଆରଆଇ ବାଲି ଗାଡ଼ି ଗୁଡ଼ିକୁ ଚେକିଂ କରୁଥିବା ବେଳେ ଏକ ହାଇୱା ଟ୍ରକର କାଗଜପତ୍ର ଠିକ୍‌ ନଥିବାରୁ ଅଟକାଇଥିଲେ । ଗାଡ଼ି ମାଲିକ ସେଠାରେ ପହଞ୍ଚି ଜୋରଜବରଦସ୍ତ ଟ୍ରକ କାଗଜପତ୍ର ନେଇ ଯାଇଥିଲେ ।

ଏହାକୁ ବିରୋଧ କରିବାରୁ ଟ୍ରକ ଚଢାଇ ହତ୍ୟା କରିଦେବ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ତହସିଲଦାର । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.