ଥମିବାର ନାଁ ଧରୁନି ବାଲି ମାଫିଆଙ୍କ ଆତଙ୍କରାଜ, କାଉନସିଲରଙ୍କୁ ଆକ୍ରମଣ
ଜଳେଶ୍ବର : ଥମିବାର ନାଁ ଧରୁନି ବାଲି ମାଫିଆଙ୍କ ଆତଙ୍କରାଜ । ବାଳେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଶେଖବାଡରେ ବାଲି ଉତ୍ତୋଳନ ପାଇଁ ବିରୋଧ କରିବାରୁ କାଉନସିଲରଙ୍କୁ କଲେ ଆକ୍ରମଣ । ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲର ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଜଳେଶ୍ବର ପୋଲିସ ।
ଆଜି ଅପରାହ୍ନ ରେ ଜଳେଶ୍ବର ଥାନା ଶେଖବାଡ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଚାଲୁଥିବା ବେଳେ, ଜଳେଶ୍ବର ପୌର ପରିଷଦର ୧ ନମ୍ବର ଓ୍ବାର୍ଡର କାଉନସିଲର ସୁରଜ୍ ଚୌରାସିଆ ସେଠାରେ ପହଞ୍ଚି ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିଥିଲେ । ମାଫିଆମାନେ ସଙ୍ଘବଦ୍ଧ ହୋଇ କାଉନସିଲରଙ୍କୁ ଆକ୍ରମଣ କରିଥିଲେ। ମୁଣ୍ତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥା ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି । ଜଳେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି ।