ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଲକ୍ଷାଧିକ ଟଙ୍କାର ଚନ୍ଦନଗଛ ଚୋରି ହେବା ପରେ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବେ ଥାନାରେ ଏତଲା ଦିଆଯାଇଛି। ରାଜଭବନ ପରିସରରେ ଥିବା ହରିଣ ପାର୍କକୁ ଲାଗି ଚନ୍ଦନଗଛ ସମେତ ବିଭିନ୍ନ କିସମର ଶହ ଶହ ଗଛ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.