ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌, ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଦେଉଛନ୍ତି ଧମକ

କଟକ(କେନ୍ଯୁଜ୍): ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌ । ହାତରେ ବନ୍ଧୁକ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ସୋସିଆଲ ମିଡ଼ିଆରେ ଷଣ୍ଢ ଗ୍ରୁପ୍‌ର ୧୦ଟି ଭିଡ଼ିଓ ଘୁରି ବୁଲୁଛି । ଏହି ଗ୍ରୁପ୍‌ର ମାଷ୍ଟରମାଇଣ୍ଡ ପୋଲିସ କବ୍‌ଜାରେ ଥିବା ଜଣାପଡିଛି। ହାତରେ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଧମକ ଚମକ ଦେଉଛନ୍ତି ଷଣ୍ଢ ଗ୍ରୁପ୍‌ । କାହାକୁ ଧମକ ଦେଉଛନ୍ତି ତାହା କିଛି ସ୍ପଷ୍ଟ ହୋଇନାହିଁ ।

ଇନଷ୍ଟାଗ୍ରାମରେ ଏଭଳି ଭିଡିଓ ଆସିବା ପରେ ରାତାରାତି ତଦନ୍ତ ଓ ରେଡ୍‌ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ୧୦ଟି ଭିଡିଓ ଏକ ଅର୍ଦ୍ଧ ର୍ନିମିତ କୋଠା, ଯୋବ୍ରା ନିକଟ ନଦୀବାଲି, ତାଳଦଣ୍ଡା କେନାଲ ପାର୍ଶ୍ୱ ନିକଟରେ ସୁଟିଂ ହୋଇଛି। ଭିଡିଓ କରିଥିବା ଯୁବକଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି କମିଶନରେଟ ପୋଲିସ।

ସୂଚନା ଅନୁଯାୟୀ,ରାଜଧାନୀରେ ମଧ୍ଯ ରକ୍ତ ଚରିତ୍ର ଗ୍ୟାଙ୍ଗ ରାତି ହେଲେ ଉତ୍ପାତ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ। ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଦାମୀ ଗାଡ଼ିରେ ବୁଲୁଛନ୍ତି । ନିଶାରେ ଚୁର ହୋଇ ବିଚ୍‌ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଭିଡିିଓ ସୁଟ୍‌ କରିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି ।

 

Leave A Reply

Your email address will not be published.